ହେପାଟାଇଟସ୍ ସି
ବିଷୟରେ ଅଧିକ
ଜାଣନ୍ତୁ

ମୁଁ ସମ୍ପୂର୍ଣ୍ଣ ନିରୋଗ
ପରୀକ୍ଷା କରାଇ
ନିଅନ୍ତୁ ସୁସ୍ଥ ରୁହନ୍ତୁ

ହେପାଟାଇଟିସ୍ ସି ପାଇଁ କୌଣସି ଟିକା ନାହିଁ କିନ୍ତୁ ଏଥିପାଇଁ ଚିକିତ୍ସା ବ୍ୟବସ୍ଥା ରହିଛି1

ହେପାଟାଇଟିସ୍ ସି ଯୋଗୁ ଯକୃତ ନଷ୍ଟ ଏବଂ ଯକୃତ କ୍ୟାନ୍ସର ହୋଇପାରେ2

ଚିକିତ୍ସା ଦ୍ୱାରା ହେପାଟିସିସ୍ ସି ହେପାଟାଇଟିସ୍ ସି ଭୂତାଣୁ କୁ କାଢି ଦିଆଯାଇପାରେ33

ଯକୃତର ଗୁରୁତ୍ୱ4

ଯକୃତ ହେଉଛି ଶରୀରର ବୃହତ୍ତମ ଆଭ୍ୟନ୍ତରୀଣ ଅଙ୍ଗ ଏବଂ ସୁସ୍ଥତା ପାଇଁ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଯକୃତ 500ରୁ ଅଧିକ କାର୍ଯ୍ୟ କରିଥାଏ, ଏହି ମଧ୍ୟରେ ରହିଛି:

  • ପିତ୍ତ ଉତ୍ପାଦନ କରିଥାଏ ଯାହା ହଜମ ସମୟରେ ଫ୍ୟାଟର ବିଘଟନ ପାଇଁ ଉପଯୋଗୀ ହୋଇଥାଏ ।
  • କୋଲେଷ୍ଟ୍ରୋଲ ଏବଂ ବିଶେଷ ପ୍ରୋଟିନ୍ ଉତ୍ପାଦନ କରିଥାଏ ଯାହା ଶରୀରରେ ଫ୍ୟାଟର ସଂଚାଳନ କରିଥାଏ ।
  • ଋକ୍ତ ପ୍ଲାଜମା ପାଇଁ କେତେକ ପ୍ରୋଟିନ୍ ଉତ୍ପାଦନ କରିଥାଏ ।
  • ଅତିରିକ୍ତ ଗ୍ଲୁକୋଜକୁ ଗ୍ଲାଇକୋଜେନ(ଶକ୍ତି ସଂରକ୍ଷଣ)ରେ ପରିଣତ କରିଥାଏ ।
  • ରକ୍ତରେ ଗ୍ଲୁକୋଜ୍ ଏବଂ ଆମିନୋ ଏସିଡ୍ ସ୍ତରକୁ ନିୟନ୍ତ୍ରିତ କରିଥାଏ ।
  • ରକ୍ତରେ ବିଭିନ୍ନ ଔଷଧ ଏବଂ କ୍ଷତିକାରକ ପଦାର୍ଥରୁ ସୃଷ୍ଟ ବିଷାକ୍ତ ଉପାଦାନ କାଢି ନେଇଥାଏ ।
  • ଆଇରନ୍ ସଂରକ୍ଷଣ ଏବଂ ହିମୋଗ୍ଲାବିନ୍ ପ୍ରକ୍ରିୟାକରଣ କରିଥାଏ ।
  • ବିଭିନ୍ନ ଜମାଟକାରୀ ବସ୍ତୁ ଦ୍ୱାରା ରକ୍ତଜମାଟକୁ ସୁବିଧାଜନକ କରିଥାଏ ।
  • କେତେକ ପ୍ରତିରୋଧକ କାରକ ଉତ୍ପାଦନ ସହ ରକ୍ତସ୍ରୋତରୁ ବ୍ୟାକ୍ଟେରିଆ ଅପସାରଣ କରିବା ଦ୍ୱାରା ସଂକ୍ରମଣକୁ ପ୍ରତିହତ କରିଥାଏ ।

ହେପାଟାଇଟିସ୍ କ’ଣ?

ହେପାଟାଇଟିସ୍’’ର ଅର୍ଥ ଯକୃତର ପ୍ରଦାହ । ଅତ୍ୟଧିକ ମଦ୍ୟପାନ, ବିଷାକ୍ତ ଉପାଦାନ, କେତେକ ଔଷଧ ଏବଂ କେତେକ ଚିକିତ୍ସୀୟ ସ୍ଥିତି ହେପାଟାଇଟିସ୍ ର କାରଣ ହୋଇଥାଏ । ତେବେ ସାଧାରଣଃ ଏକ ଭୂତାଣୁ2 ଦ୍ୱାରା ହେପାଟାଇଟିସ୍ ହୋଇଥାଏ

ହେପାଟାଇଟିସ୍ ସି କ’ଣ?

ହେପାଟାଇଟିସ୍ ସି ଏକ ଭୂତାଣୁ, ଯାହାକୁ ସଂକ୍ଷେପରେ ଏଚସିଭି ବୋଲି କୁହାଯାଇଥାଏ । ଏଚସିଭି ଯକୃତକୁ ସଂକ୍ରମିତ କରି ହେପାଟାଇଟିସ୍ ସୃଷ୍ଟି କରିଥାଏ। ତୀବ୍ର ବା ଉତ୍କଟ ହେପାଟିଟିସ୍ କେହି ସଂକ୍ରମିତ ହେବାର 6 ମାସ ପରବର୍ତ୍ତି ଅବସ୍ଥାକୁ ସୂଚିତ କରିଥାଏ ।2 ତୀବ୍ର ଏଚସିଭିରେ ସଂକ୍ରମିତ ପ୍ରାୟ 25% ବ୍ୟକ୍ତି ଏହି ସମୟ ମଧ୍ୟରେ ସୁସ୍ଥ ହୋଇଯାଇଥାନ୍ତି । 5 ତୀବ୍ର ସଂକ୍ରମଣ କେତେଜଣଙ୍କ ଠାରେ ସାମାନ୍ୟ ଅସୁସ୍ଥତା କିମ୍ବା ଆଦୌ ଲକ୍ଷଣ ନଥିବା ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରହିବା ପରି ପରିସ୍ଥିତି ସୃଷ୍ଟି କରିଥାଏ । 2
ତୀବ୍ର ଏଚସିଭି ଥିବା 75% ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଦୀର୍ଘକାଳୀନ କିମ୍ବା ନିରନ୍ତର ଏଚସିଭିର ରୂପ ନେଇଥାଏ । 5 ଔଷଧରେ ସଫଳତାର ସହ ଆରୋଗ୍ୟ ନହେବା ଦୀର୍ଘସ୍ଥାୟୀ ଏଚସିଭି ଯକୃତ ସିରୋସିସ୍ (ଦାଗ), ଯକୃତ କ୍ୟାନ୍ସର, ଏବଂ ଯକୃତ ଅକାମୀ ହେବା ଆଦିର କାରଣ ହୋଇଥାଏ।

ଭାରତରେ ଏଚସିଭି ସଂକ୍ରମଣ କେତେ ସାଧାରଣ ?

ଭାରତରେ ହାରାହାରି ପ୍ରତି 100 ଜଣରେ ଜଣେ ଏଚସିଭି ଦ୍ୱାରା ସଂକ୍ରମିତ ହୋଇଥାନ୍ତି । 2014 ରେ ଭାରତରେ 2,88,000 ଟି ନୂଆ ଏଚସିଭି ସଂକ୍ରମଣ ହୋଇଥିବା ଆକଳନ କରାଯାଇଛି । ପ୍ରତ୍ୟେକ ବର୍ଷ ଭାରତରେ ଏଚସିଭି ଜନିତ ମୃତ୍ୟୁ ସଂଖ୍ୟା 96,000 ପରି ଉଚ୍ଚରେ ରହିଥିବା ଆକଳନ କରାଯାଇଛି।6-8

ଏଚସିଭି ଆପଣଙ୍କୁ ଯକୃତର କ’ଣ କରିଥାଏ?

ଏଚସିଭି ଦ୍ୱାରା ଦେଖାଯାଉଥିବା ଅସୁସ୍ଥତା

ସୁସ୍ଥ ଯକୃତ

ଗୋଟିଏ ସୁସ୍ଥ ଯକୃତର ଯେତେବେଳେ କ୍ଷତିଗ୍ରସ୍ତ ହୁଏ ସେତେବେଳେ ଏହା ପୁଣି ଥରେ ବୃଦ୍ଧି ପାଇବା କିମ୍ବା ପୁନଃ କାର୍ଯ୍ୟକ୍ଷମ ହେବା ପାଇଁ ସମର୍ଥ ହୋଇଥାଏ । ଏହା ଆପଣଙ୍କ ରକ୍ତକୁ ଶୋଧନ କରିବା ସହ, ପୋଷକ ପ୍ରକ୍ରିୟାକରଣ କରିବା ଏବଂ ସଂକ୍ରମଣକୁ ପ୍ରତିରୋଧ କରିଥାଏ ।2,9

ଫାଇବ୍ରୋସିସ୍

ଯକୃତଜନିତ ରୋଗରେ ସଂକ୍ରମିତ ଯକୃତରେ କଟାଦାଗ ସୃଷ୍ଟି ହେବା ଆରମ୍ଭ ହୋଇଥାଏ । ଏହି ଦାଗ ହୋଇଥିବା ଟିସୁ ବୃଦ୍ଧି ପାଏ ଏବଂ ସୁସ୍ଥ ଥିବା ଟିସୁର ସ୍ଥାନ ନେଇଯାଏ । ଏହା ପ୍ରକ୍ରିୟାକୁ ଫାଇବ୍ରୋସିସ୍ ବା ତନ୍ତୁମୟତା ବୋଲି କୁହାଯାଇଥାଏ । ଏଭଳି ସ୍ଥିତିରେ, ଆପଣଙ୍କ ଯକୃତ ସୁସ୍ଥ ଅବସ୍ଥା ପରି କାର୍ଯ୍ୟ କରିନଥାଏ।

ସିରୋସିସ୍

ସିରୋସିସ୍ ହେଉଛି ଯକୃତରେ ଦାଗ ସୃଷ୍ଟି କରିବା ଯେଉଁଠି କଠିନ ଦାଗର ଟିସୁ ସୂକ୍ଷ୍ମ ଏବଂ ସୁସ୍ଥ ଟିସୁକୁ ପରିବର୍ତିତ କରିଥାଏ । ଯଦି ଏହି ସ୍ଥିତିରେ ସିରୋସିସର ଚିକିତ୍ସା କରାନଯାଏ, ଏହା ଠିକଣା ଭାବେ କାର୍ଯ୍ୟ କରିନଥାଏ ଏବଂ ଯକୃତ ଅକାମୀ କରିଦିଏ ।9

କାର୍ସିନୋମା

ହେପାଟୋସେଲୁଲାର କାର୍ସିନୋମା (ଏଚସିସି) ବା ଯକୃତ କ୍ୟାନ୍ସର ସାଧାରଣ ଭାବେ ପ୍ରାଥମିକ ଯକୃତ କ୍ୟାନ୍ସର ଭାବେ ପରିଚିତ । ଯକୃତରେ ପ୍ରାଥମିକ ସ୍ତରରେ ଆରମ୍ଭ ହେଉଥିବା କ୍ୟାନ୍ସର ଲିଭର କ୍ୟାନ୍ସର ବୋଲି କୁହାଯାଏ । ଏହା ହେଉଛି ଯକୃତରେ ଅସୁସ୍ଥ କୋଷଗୁଡ଼ିକର ବୃଦ୍ଧି ଏବଂ ବ୍ୟାପକତା।10

କାହାକୁ ହେପାଟାଇଟିସ୍ ସି ହେବାର ଆଶଙ୍କା ରହିଛି?

ଯେତେବେଳେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ରକ୍ତ ଆପଣଙ୍କ ଶରୀରରେ ପ୍ରବେଶ କରେ ସେତେବେଳେ ଆପଣ ହେପାଟାଇଟିସ୍ ସି ରେ ସେତେବେଳେ ଆକ୍ରାନ୍ତ ହୋଇପାରନ୍ତି । ଆପଣଙ୍କ କ୍ଷେତ୍ରରେ ଏହା ହୋଇପାରେ ଯଦି:

ଜଣେ ସଂକ୍ରମିତ ବ୍ୟକ୍ତିର ଡ୍ରଗ୍ ଛୁଂଚି ବ୍ୟବହାର କରିବା ।2,11-13

2001 ପୂର୍ବରୁ ଆପଣ ରକ୍ତ ଗ୍ରହଣ କରିଥିବେ, ଯେତେବେଳେ ହେପାଟାଇଟିସ୍ ସି ଏବଂ ଅନ୍ୟାନ୍ୟ ସଂକ୍ରମଣ ପାଇଁ ନିୟମିତ ଭାବେ ପରୀକ୍ଷା କରାଯାଉନଥିଲା ।1,2,11-13

ହେପାଟାଇଟିସ୍ ସି ଥିବା କୌଣସି ମା’(ମା ଠାରୁ ପିଲାକୁ ସଂକ୍ରମଣ ହେବାର ସମ୍ଭାବନା 5%)ଙ୍କ ଠାରୁ ଜନ୍ମ ହୋଇଥିବେ ।1,2,11-13

ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ବ୍ୟବହୃତ ହୋଇଥିବା ଅଶୋଧିତ ଉପକରଣ ଟାଟୁ କରିବା ପାଇଁ କିମ୍ବା ଫୋଡ଼ିବା ପାଇଁ ବ୍ୟବହାର କରିବା ।1,2,11-13

ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ବ୍ୟବହାର କରାଯାଇଥିବା ଛୁଞ୍ଚିରେ ଦୁର୍ଘଟଣାବଶତଃ ଫୋଡ଼ିହେବା । 1,2,11-13

ସଂକ୍ରମିତ ବ୍ୟକ୍ତିଙ୍କ ରେଜର୍ କିମ୍ବା ଦାନ୍ତଘଷା ବ୍ରଶ୍ ବ୍ୟବହାର କରିବା । 1,2,11

କେବେ ହେମୋଡାୟାଲିସିସରେ ରହିବା । 2,12

କୌଣସି କାରାଗାରରେ କାମ କରିବା କିମ୍ବା ରହିବା । 2,12

କ୍ୱଚିତ୍ ଯୌନକ୍ରିୟାରେ ହେପାଟାଇଟିସ୍ ସି ର ଯୌନ ସଂକ୍ରମଣର ଆଶଙ୍କା ରହିଛି । 1,2,11-13

ଭୋଜନ ସମ୍ପର୍କିତ ସାଧାରଣ ପରାମର୍ଶ

ଆପଣଙ୍କ ଖାଦ୍ୟରେ ନିୟମିତ ଏବଂ ସନ୍ତୁଳିତ ଭୋଜନ ସାମିଲ ହେବା ଆବଶ୍ୟକ ଯେଉଁଥିରେ ସାମିଲ ହୋଇଥିବ: 14

  • ପୂର୍ଣ୍ଣ-ଶସ୍ୟଯୁକ୍ତ ପାଉଁରୁଟି ଏବଂ ଡାଲିଜାତୀୟ ଖାଦ୍ୟ ।
  • ଯଥେଷ୍ଟ ପ୍ରୋଟିନଯୁକ୍ତ ଖାଦ୍ୟ ଯଥା ମାଂସ,ମାଛ,ବାଦାମ,ଅଣ୍ଡା ଏବଂ ଦୁଗ୍ଧଜାତ ଉତ୍ପାଦ।
  • ପ୍ରଚୁର ପରିମାଣରେ ପନିପରିବା ଏବଂ ଫଳ ।
  • ପର୍ଯ୍ୟାପ୍ତ ପରିମାଣରେ ପାଣି(ଅତିକମରେ ଦିନକୁ 6 ରୁ 8 ଗ୍ଲାସ୍) ।

ଏସବୁର ବ୍ୟବହାର ନିୟନ୍ତ୍ରିତ କରନ୍ତୁ କିମ୍ବା ଏଡ଼ାନ୍ତୁ:

  • ଖାଦ୍ୟରେ ଅଧିକ ମାତ୍ରାରେ ଲୁଣ, ଚିନି ଏବଂ ଚର୍ବି ।
  • ମଦ ପିଇବା ।

ହେପାଟାଇଟିସ୍ କେମିତି ବ୍ୟାପେ ନାହିଁ ?

ସଂକ୍ରମିତ ବ୍ୟକ୍ତିଙ୍କ ସାଙ୍ଗେ ହାତ ମିଳାଇବା କିମ୍ବା ଧରିବା1,15-16

ସ୍ତନ୍ୟଦୁଗ୍ଧ, ଖାଦ୍ୟ କିମ୍ବା ପାଣି 1,15

କାଶ ଏବଂ ଛିଙ୍କ ମାଧ୍ୟମରେ1-16

ସ୍ୱିମିଂପୁଲ ଏବଂ ସୌନା ମିଶିକରି ବ୍ୟବହାର କରିବା 1-16

ଆଲିଙ୍ଗନ, ଚୁମ୍ବନ ଏବଂ କୋଳାଗ୍ରତ କରିବା1-16

ଗୋଟିଏ ରୋଷେଇ ପାତ୍ର ଏବଂ ଖାଇବା ପାତ୍ର ମିଶିକରି ବ୍ୟବହାର କରିବା, ଗୋଟିଏ ଗ୍ଲାସରେ ପାଣି ପିଇବା1-16

ସମସ୍ତେ ଗୋଟିଏ ପାଇଖାନା ଏବଂ ଗାଧୁଆ ଘର ବ୍ୟବହାର କରିବା1-16

ମିଶିକରି ଲୁଗାପଟା ବ୍ୟବହାର କରିବା1-16

ଯଦି ମୋର ଏଚସିଭି ଅଛି ତେବେ ମୁଁ ଏହା କେମିତି ଜାଣିବି?

ଆପଣଙ୍କର ଏଚସିଭି ରହିଛି କି ନାହିଁ ତାହା କେବଳ ପରୀକ୍ଷା ଦ୍ୱାରା ସମ୍ଭବ । ଡାକ୍ତରମାନେ ଦୁଇ ପ୍ରକାର ପରୀକ୍ଷା ଦ୍ୱାରା ଏଚସିଭିକୁ ଚିହ୍ନଟ କରିଥାନ୍ତି । 2,11

  • a. ରକ୍ତରେ ଆଣ୍ଟିବଡି ଏବଂ ରୋଗ ପ୍ରତିରୋଧକ ବ୍ୟବସ୍ଥା ଦ୍ୱାରା ସୃଷ୍ଟି ହେଉଥିବା ପ୍ରୋଟିନ୍ ଯାଂଚ କରିବା ପାଇଁ ପରୀକ୍ଷା ଯାହାକି ଭୂତାଣୁକୁ ପ୍ରତ୍ୟୁତ୍ତର ଦେବାପାଇଁ ହୋଇଥାଏ । 2-11
  • b. ଭୂତାଣୁ ଦ୍ୱାରା ସୃଷ୍ଟି ହେଉଥିବା ଆରଏନଏ ଭଳି ପଦାର୍ଥର ପରୀକ୍ଷା । 2-11

ଅଧିକାଂଶ ଲୋକ ଯେଉଁମାନେ ନେଗେଟିଭ୍ ଆଣ୍ଟିବଡ଼ି ପରୀକ୍ଷା କରିଥାନ୍ତି ସେମାନେ ଏଚସିଭି ଦ୍ୱାରା ସଂକ୍ରମିତ ହୋଇନଥାନ୍ତି ଏବଂ ଅନ୍ୟ କୌଣସି ପରୀକ୍ଷା ସେମାନଙ୍କ ପାଇଁ ଆବଶ୍ୟକ ହୋଇନଥାଏ।11

ଅସ୍ୱୀକରଣ:

ବର୍ତ୍ତମାନ ଉପଲବ୍ଧ ତଥ୍ୟକୁ ଆଧାରକରି ଏହି ଶିକ୍ଷଣୀୟ ବିଷୟବସ୍ତୁ ପ୍ରସ୍ତୁତ କରାଯାଇଛି ଏବଂ ପରବର୍ତୀ ସମୟରେ ଏଥିରେ ପରିବର୍ତ୍ତନ ଅଣାଯାଇପାରେ । ଏହି ପାଠ୍ୟପତ୍ରରେ ଦିଆଯାଇଥିବା ସୂଚନା ଏକ ସାରାଂଶ ଆକାରରେ ଦିଆଯାଇଛି ଏବଂ ଏହା ଚୂଡାନ୍ତ ବୋଲି ଦାବି କରାଯାଇପାରିବନି । ଏଠାରେ ଦିଆଯାଇଥିବା ତଥ୍ୟର ଶୁଦ୍ଧତା ଏବଂ ସମ୍ପୂର୍ଣ୍ଣତାର ଯାଂଚ ପାଇଁ ଉଦ୍ୟମ କରାଯାଇ ଆସିଥିବା ବେଳେ ଏହା କୁହାଯାଇଛି ଯେ, ‘ଅବସ୍ଥା ଅନୁସାରେ‘ କୌଣସି ଓ୍ୱାରେଂଟି, ବ୍ୟକ୍ତ କରିବା କିମ୍ବା ନିର୍ଦ୍ଦେଶ କରିବା ବିନା ପ୍ରଦାନ କରାଯାଇଛି, ଏଥିସହିତ ଏହା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ଖାପ ଖୁଆଇ ଏହାକୁ ସୀମିତ କରିବା ପାଇଁ ମଧ୍ୟ ନୁହେଁ । ଏହି ପ୍ରଚାରପତ୍ରରେ ରହିଥିବା ତଥ୍ୟ କେବଳ ମେଡିକାଲ ଏବଂ ବିଜ୍ଞାନଭତ୍ତିକ ସୂଚନା ନିମନ୍ତେ ଉଦ୍ଦିଷ୍ଟ । ଏହା କୌଣସି ପରାମର୍ଶ କିମ୍ବା ସୁପାରିଶ ନୁହେଁ ଏବଂ ଏହା ପାଇଥିବା ବ୍ୟକ୍ତି ବିଶେଷ ଏହାକୁ ଉପରୋକ୍ତ ମତେ ବିଚାର କରିବା ଉଚିତ୍ ନୁହେଁ । ଦିଆଯାଇଥିବା ତଥ୍ୟ ମଧ୍ୟ କୌଣସି ଆନୁଷ୍ଠାନିକ ଉତ୍ସକୁ ବଦଳାଇବାର ଲକ୍ଷ୍ୟ ରଖେ ନାହିଁ । ଏହି ବିଷୟବସ୍ତୁର କିଛି ଉପାଦାନ ବାହ୍ୟ ଉତ୍ସରୁ ଅଣାଯାଇଛି ସମସ୍ତ ଏଭଳି ଉପାଦନଗୁଡିକର ସଂସ୍ଥାପକମାନଙ୍କ ଅଧିନରେ ଥିବା ସତ୍ୱାଧିକାର ସମ୍ପର୍କରେ ସନ୍ଦର୍ଭ ବିଭାଗରେ ସୂଚିତ କରାଯାଇଛି । କାର୍ଯ୍ୟକାରୀ ଆଇନ ବ୍ୟବସ୍ଥା ଅଧିନରେ ସର୍ବାଧିକ ଅନୁମୋଦିତ ଉଦ୍ୟମ ଜରିଆରେ, ମିଲାନ ଏହି ତଥ୍ୟର ସଠିକତା ପାଇଁ ପାଇଁ କୌଣସି ଓ୍ୱାରେଣ୍ଟି କିମ୍ବା ଉପସ୍ଥାପନ କରି ନାହିଁ ଏବଂ କୌଣସି ପରିସ୍ଥିତିରେ ଏହାକୂ ଦାୟିତ୍ୱହୀନତାରେ ସୀମିତ କରାଯାଇ ନାହିଁ ଏଥିସହ ଏହି ପତ୍ରର ବ୍ୟବହାର କିମ୍ବା ଅପବ୍ୟବହାର ଦ୍ୱାରା କୌଣସି ପ୍ରତ୍ୟକ୍ଷ, ଆକସ୍ମିକ, ପରିଣାମଜନକ, ଅପ୍ରତ୍ୟକ୍ଷ କିମ୍ବା ଦଣ୍ଡାତ୍ମକ କ୍ଷତି ପାଇଁ ମିଲାନ ଦାୟୀ ରହିବ ନାହିଁ । ଡାକ୍ତରୀ ଚିଠାର ପୂର୍ଣ୍ଣ ବିବରଣୀ ସହ ଖାପ ଖୁଆଉନଥିବା ବ୍ୟବସ୍ଥାରେ ମିଲାନ ଏହାର କୌଣସି ଉତ୍ପାଦ ବ୍ୟବହାର କରିବାକୁ ସୁପାରିଶ କରେ ନାହିଁ । ଏହି ପତ୍ରରେ ସେବା କିମ୍ବା ସୂଚନା ସମ୍ପର୍କରେ କରାଯାଇଥିବା ଉପସ୍ଥାପନ ମିଲାନ ଉତ୍ପାଦ ବ୍ୟବହାର ପାଇଁ କୌଣସି ଭାବେ ପ୍ରେରଣାଯୁକ୍ତ ବୋଲି ଗ୍ରହଣୀୟ ନୁହେଁ ।

References:

  1. 1. NHS Hepatitis C Symptoms. Available from: http://www.nhs.uk/Conditions/Hepatitis-C/Pages/Symptoms aspx. Accessed on 22nd February 2015.
  2. 2. CDC, Hepatitis C General information. Available from: http://www.cdc.gov/hepatitis/HCV/PDFs/HepCZGeneralFactSheet.pdf. Accessed on 22nd March 2015.
  3. 3. Treatment of Hepatitis C Up to date. Available at https://www.uptodate.com/contents/hepatitis-c-beyond-thebasics#H17555986. Accessed on 17th Dec 2018.
  4. 4. Health library. Liver Anatomy and Functions. Johns Hopkins Medicine. Available at https://www.hopkingmedicine.org/healthbrary/conditions/liverbillary_and_pancreatic_disorders/liver_anatomy_and_functions_85,P00676. Accessed on 26th Dec. 2018.
  5. 5. Behzad Hajarizadeh, Jason Grebely. Gregory J. Dore. Epideminology and natural history of HCV infection. Nat Rev Gastroentrola Hepatol 2013;10(9):553-62.
  6. 6. Puri P. Anand AC, Saraswat VA, Acharya SK, Dhiman RK, Aggrawal R. et. at. Consensus Statement of HCV Task Force of the Indian National Association for Study of the Liver (NASL). Part I: Status Report of HCV infection in India. J Clin Exp. Hepatol 2014;4(2):106-116.
  7. 7. Dhiman RK. Future of therapy for Hepatitis C in India. A matter of Accessibility and Affordibility ? J Clin Exp Hepatol 2014:4(2) 85-6.
  8. 8. Amirthalingam R and Pavalakodi VN. Prevalence of HIV 1, HCV and HBV infections among inhabitants in Chennai City at Hi-tech Center, Tamil-Nadu-India Medical Science 2013;3(8)24-28.
  9. 9. The progression of Liver Disease. American Liver Foundation. Available at https://liverfoundation.org./forpatients/about the-river/the-progression-of-river-disease/#1503432164252-f19f7e9c-0374. Accessed on 20th Dec 2018.
  10. 10. Liver Cancer American Liver Foundation. Available at https://liverfoundation.org/for/patients/about-the-river/disease-of the liver/liver-cancer/ Accessed on 20th Dec 2018.
  11. 11. Chopra S. Patient education: Hepatitis C (Beyond the Basics) Up To Date. Available from http://www.uptodate.com/contents/hepatitis-c-beyond-the basics. Accessed on 22nd March 2015.
  12. 12. NIH. What I need to know about Hepatitis C. Available from http://www.niddk.nih.gov/health/information/health - topics/liver-disease/hepatitis-c-Pages/ez.aspx. Accessed on 22nd March 2014.
  13. 13. CDC Hepatitis C Information for the Public. Available from : http://www.cdc.gov/hepatitis/c/cfaq.htm.
  14. 14. Viral Hepatitis, Diet and Nutrition: Entire Lesson. United States Department of Veterans Affairs. Available at https://www.hepatitis.va.gov/patient/daily/diet/single-page.asp. Accessed on 26th Dec 2018.
  15. 15. Hepatitis C. Key Facts World Health Organization, Retrieved from https://www.who.int/news-room/factsheets/detail/hepatitis-c. Accessed on 11th Dec 2018.
  16. 16. How hepatitis C is not transmitted. Hepatitis C: Transmission and prevention. infohep. Available at http://www.infohep.org/How-hepatitis-C-is-not-transmitted/page/2620968. Accessed on 11th Dec. 2018.