ହେପାଟାଇଟିସ୍ ବି
ବିଷୟରେ ଅଧିକ
ଜାଣନ୍ତୁ

ହେପାଟାଇଟିସ୍ ବି କଣ?

ଯକୃତରେ ହେଉଥିବା ଜ୍ୱଳନକୁ ‘‘ହେପାଟାଇଟିସ୍’’ ବୋଲି କୁହାଯାଏ. ଯକୃତ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହା ପୁଷ୍ଟିସାରର ପ୍ରକ୍ରିୟାକରଣ, ରକ୍ତ ପରିଶୋଧନ, ଏବଂ ସଂକ୍ରମଣ ସହିତ ଯୁଦ୍ଧ କରିଥାଏ. ଯେତେବେଳେ ଯକୃତ ଜ୍ୱଳନଶୀଳ ବା କ୍ଷତିଗ୍ରସ୍ତ ହୁଏ, ସେତେବେଳେ ତାହାର କାର୍ଯ୍ୟକାରିତା ପ୍ରଭାବିତ ହୋଇପାରେ.1 ଅତ୍ୟଧିକ ମାଦକଦ୍ରବ୍ୟ ସେବନ, ବିଷାକ୍ତ ପଦାର୍ଥ, କିଛି ଔଷଧ, ଏବଂ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ ଅବସ୍ଥାରୁ ହେପାଟାଇଟିସ୍ ହୋଇପାରେ. ତେବେ ହେପାଟାଇଟିସ୍ ସବୁଠାରୁ ଅଧିକ ଭାଇରସ୍ ବା ଭୂତାଣୁ ଦ୍ୱାରା ସୃଷ୍ଟି ହୁଏ.1

ହେପାଟାଇଟିସ୍ ବି କଣ?

ହେପାଟାଇଟିସ୍ ବି ଏକ ଗୁରୁତର ଯକୃତ ରୋଗ ହୋଇପାରେ ଯାହା ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣର ଫଳସ୍ୱରୂପ ହୋଇଥାଏ, ଯାହାକୁ ସଂକ୍ଷେପରେ ଏଚବିଭି (HBV) କୁହନ୍ତି.1

ତୀବ୍ର ହେପାଟାଇଟିସ୍ ବି କହିଲେ ଏକ ସ୍ୱଳ୍ପ ମିଆଦି ସଂକ୍ରମଣକୁ ବୁଝାଏ ଯାହା କୌଣସି ବ୍ୟକ୍ତି ଭୂତାଣୁ ଦ୍ୱାରା ସଂକ୍ରମଣ ହେବା ପରେ ୬ ମାସ ମଧ୍ୟରେ ଘଟିଥାଏ. ସଂକ୍ରମଣର ତୀବ୍ରତର ପରିସୀମା ଅଳ୍ପ କିଛି ବା କୌଣସି ଲକ୍ଷଣ ବିନା ସାମାନ୍ୟ ଅସୁସ୍ଥତା ଠାରୁ ଏକ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତ୍ତି ହେବା ହୋଇପାରେ.1

ଦୀର୍ଘସ୍ଥାୟୀ ବା କ୍ରନିକ ହେପାଟାଇଟିସ୍ ବି କହିଲେ ଜୀବନବ୍ୟାପି ହେପାଟାଇଟିସ୍ ବି ଭୂତାଣୁ ଦ୍ୱାରା ସଂକ୍ରମିତ ରହିବାକୁ ବୁଝାଏ.1 ହେପାଟାଇଟିସ୍ ବି ଭୂତାଣୁ ଦ୍ୱାରା ଆକ୍ରାନ୍ତ 90% ଶିଶୁଙ୍କୁ ଦୀର୍ଘସ୍ଥାୟୀ ବା କ୍ରନିକ ସଂକ୍ରମଣ ହୋଇଥାଏ. ଅନ୍ୟପକ୍ଷରେ 5% ପ୍ରାପ୍ତବୟସ୍କଙ୍କର ଦୀର୍ଘସ୍ଥାୟୀ ବା କ୍ରନିକ ହେପାଟାଇଟିସ୍ ବି ହୋଇପାରେ. ସମୟର ସହିତ କ୍ରନିକ ହେପାଟାଇଟିସ୍ ବି ଯୋଗୁଁ ଯକୃତ କ୍ଷତିଗ୍ରସ୍ତ ହେବା, ସିରୋସିସ୍, ଯକୃତ କର୍କଟ, ଏପରିକି ମୃତ୍ୟୁ ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ.1

ଭାରତରେ ହେପାଟାଇଟିସ୍ ବି ସଂକ୍ରମଣ କେତେ ପରିମାଣରେ ସାଧାରଣ?

ବିଶ୍ୱରେ ପ୍ରାୟ 240 ନିୟୁତ ଲୋକ ହେପାଟାଇଟିସ୍ ବି ଭୂତାଣୁ (HBV)ଦ୍ୱାରା ସଂକ୍ରମିତ ହୋଇଥାନ୍ତି । ଭାରତରେ ଆଦିବାସୀ ଲୋକମାନଙ୍କ ମଧ୍ୟରେ ଅଧିକ ସମ୍ଭାବନା ହାର ସହିତ ପାଖାପାଖି ପ୍ରାୟ 3% ଏଚବିଭି ବାହକ ହାର ରହିଛି. 1.25 ବିଲିୟନ ଠାରୁ ଅଧିକ ଜନସଂଖ୍ୟା ସହିତ, ଭାରତରେ 37 ମିଲିୟନ ଠାରୁ ଅଧିକ ଏଚବିଭି ବାହକ ରହିଛନ୍ତି ଏବଂ ଏହି ଏଚବିଭିର ଏକ ବୃହତ୍ ଅଂଶ ପ୍ରତି ଯୋଗଦାନ କରେ.2

କେଉଁ କାରଣରୁ ହେପାଟାଇଟିସ୍ ବି ହୁଏ?

ହେପାଟାଇଟିସ୍ ବି ଭୂତାଣୁ କାରଣରୁ ହେପାଟାଇଟିସ୍ ବି ହୁଏ. ହେପାଟାଇଟିସ୍ ବି ସଂକ୍ରମଣ ଜଣେ ସଂକ୍ରମିତ ବ୍ୟକ୍ତିର ରକ୍ତ, ବୀର୍ଯ୍ୟ, ବା ଶରୀରର ଅନ୍ୟାନ୍ୟ ତରଳ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ. ଏହି ଗୁଡ଼ିକ ଦ୍ୱାରା ସଂସ୍ପର୍ଶର ସୃଷ୍ଟି ହୁଏ3

  • ହେପାଟାଇଟିସ୍ ବି ରହିଥିବା ମା ଠାରୁ ଜନ୍ମଗ୍ରହଣ
  • ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ
  • ସଂକ୍ରମିତ ବ୍ୟକ୍ତି ସହିତ ମାଦକ ଛୁଞ୍ଚି ବା ଅନ୍ୟାନ୍ୟ ମାଦକ ଉପାଦାନ ଅଂଶୀଦାର କରିବା
  • ଜଣେ ସଂକ୍ରମିତ ବ୍ୟକ୍ତି ଦ୍ୱାରା ବ୍ୟବହୃତ ଛୁଞ୍ଚି ଦ୍ୱାରା ଦୁର୍ଘଟଣାବଶତଃ ଫୋଡ଼ି ହୋଇଯିବା
  • ଟାଟ୍ଟୁ କରିବା ବା ଫୋଡ଼ିବା ପାଇଁ ଜଣେ ସଂକ୍ରମିତ ବ୍ୟକ୍ତି ଉପରେ ବ୍ୟବହାର କରାଯାଇଥିବା ଉପକରଣ ଏବଂ ସଠିକ ଭାବେ ଜୀବାଣୁମୁକ୍ତ ବା ଷ୍ଟେରିଲାଇଜ କରାଯାଇନଥିବା, ବା ପରିଷ୍କାର କରାଯାଇନଥିବା ଯେପରିକି ସମସ୍ତ ଭୂତାଣୁ ଏବଂ ଅନ୍ୟାନ୍ୟ କୀଟାଣୁ ନଷ୍ଟ ହୋଇନଯାଇଛି
  • ସଂକ୍ରମିତ ବ୍ୟକ୍ତିର ରକ୍ତ ବା ଖୋଲା କ୍ଷତର ସଂସ୍ପର୍ଶରେ ଆସିବା
  • ଜଣେ ସଂକ୍ରମିତ ବ୍ୟକ୍ତିର ରେଜର, ଟୁଥବ୍ରସ୍ ବା ନେଲ୍ କ୍ଲିପର୍ ବ୍ୟବହାର କରିବା

ହେପାଟାଇଟିସ୍ ବି ସଂକ୍ରମଣର ଲକ୍ଷଣଗୁଡ଼ିକ କଣ?

ଭୂତାଣୁ ଶରୀର ମଧ୍ୟରେ ପ୍ରବେଶ କରିବା ପରେ, ଅସୁସ୍ଥତା ଆରମ୍ଭ ହେବା ପର୍ଯ୍ୟନ୍ତ 1.5 ଠାରୁ 6 ମାସର (ଆନୁପାତିକ 4 ମାସ) ଏକ ରୋଗପୁଷ୍ଟି ସମୟ ବା ଇନକ୍ୟୁବେଶନର ଅବଧି ରହିଛି. ତୀବ୍ର ପର୍ଯ୍ୟାୟରେ (ସଂକ୍ରମଣ ପରେ ପ୍ରଥମ 6 ମାସ) ଅଧିକାଂଶ ବ୍ୟକ୍ତିମାନଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ ବା ସାମାନ୍ୟ ଅସୁସ୍ଥତା ଅନୁଭୂତ ହୁଏ, ତୀବ୍ର ଏଚବିଭି ସଂକ୍ରମଣର ଲକ୍ଷଣଗୁଡ଼ିକ, ଯେତେବେଳେ ଉପସ୍ଥିତ ଥାଏ, ଏହିଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ:4,5

ହେପାଟାଇଟିସ୍ ବି କିପରି ଚିକିତ୍ସା କରାଯାଏ?

ତୀବ୍ର ହେପାଟାଇଟିସ୍ ବି ପାଇଁ, ଡାକ୍ତରମାନେ ସାଧାରଣତଃ ବିଶ୍ରାମ ନେବା ପାଇଁ, ଯଥେଷ୍ଟ ପୁଷ୍ଟିସାର, ତରଳ ଗ୍ରହଣ କରିବାକୁ ଏବଂ ଡାକ୍ତରୀ ପର୍ଯ୍ୟବେକ୍ଷଣ ମଧ୍ୟରେ ରହିବାକୁ ସୁପାରିସ କରନ୍ତି. କିଛି ବ୍ୟକ୍ତିଙ୍କୁ ହାସପାତାଳରେ ଭର୍ତ୍ତି ହେବା ଆବଶ୍ୟକ ହୋଇପାରେ. ଦୀର୍ଘସ୍ଥାୟୀ ବା କ୍ରନିକ ହେପାଟାଇଟିସ୍ ବି ସହିତ ରହିଥିବା ବ୍ୟକ୍ତିମାନେ ଯକୃତ ସମସ୍ୟା ପାଇଁ ମୂଲ୍ୟାୟନ କରାଯିବା ଉଚିତ ଏବଂ ନିୟମିତ ଭାବରେ ତଦାରଖ କରାଯିବା ଉଚିତ. ଯକୃତ ରୋଗର ପ୍ରଭାବ ହ୍ରାସ କରିବା ବା ପ୍ରତିରୋଧ କରିପାରିବା ପରି ଚିକିତ୍ସାଗୁଡ଼ିକ ଉପଲବ୍ଧ ରହିଛି.1

ହେପାଟାଇଟିସ୍ ବି ସଂକ୍ରମଣର ଆଶଙ୍କା କେଉଁମାନଙ୍କୁ ରହିଛି?3,4

  • ଇଞ୍ଜେକସନ୍ ଦ୍ୱାରା ମାଦକଦ୍ରବ୍ୟ ବ୍ୟବହାରକାରୀମାନଙ୍କୁ
  • ହେମୋଡାୟାଲିସିସ ରୋଗୀମାନଙ୍କୁ
  • ସ୍ୱାସ୍ଥ୍ୟକର୍ମୀ ବା ଜନ ସୁରକ୍ଷା କର୍ମୀ ଯେଉଁମାନେ ରକ୍ତ ସଂସ୍ପର୍ଶରେ ଆସିପାରନ୍ତି
  • ଏଚବିଭି-ସଂକ୍ରମିତ ସଙ୍ଗୀ ସହିତ ଯୌନ ସଂସର୍ଗ କରିବା
  • ପୁରୁଷ ସହିତ ପୁରୁଷ ଯୌନ ସଂସର୍ଗ କରିବା
  • ଏଚବିଭି ସଂକ୍ରମିତ ବ୍ୟକ୍ତି ସହିତ ଗୋଟିଏ ପରିବାରରେ ରହୁଥିବା ବ୍ୟକ୍ତିମାନେ
  • ସ୍ଥାନଗୁଡ଼ିକ ଯେଉଁଠାରେ ହେପାଟାଇଟିସ୍ ବି ସଂକ୍ରମଣ ଅତି ସାଧାରଣ ସେଠାକୁ ଯାଉଥିବା ଏବଂ ସ୍ଥାନୀୟ ଜନସାଧାରଣ ସହିତ ଅଧିକ ପରିମାଣରେ, ଘନିଷ୍ଠ ସମ୍ପର୍କ ରଖିଥିବା ବ୍ୟକ୍ତିମାନେ.

ଯଦି ମୋର ହେପାଟାଇଟିସ୍ ବି ଥାଏ ତେବେ ମୁଁ କିପରି ଜାଣିବି?

ଆପଣଙ୍କ ପାରିବାରିକ ଇତିହାସ ଉପରେ ଭିତ୍ତି କରି ଶାରୀରିକ ପରୀକ୍ଷା, ଏବଂ ରକ୍ତ ପରୀକ୍ଷା ମାଧ୍ୟମରେ ହେପାଟାଇଟିସ୍ ବି ରୋଗକୁ ଡାକ୍ତରମାନେ ନିର୍ଣ୍ଣୟ କରନ୍ତି, ଯଦି ଆପଣଙ୍କର ହେପାଟାଇଟିସ୍ ବି ଥାଏ, ତେବେ ଆପଣଙ୍କ ଡାକ୍ତର ଆପଣଙ୍କ ଯକୃତ ଉପରେ କିଛି ଅତିରିକ୍ତ ପରୀକ୍ଷଣ କରିବେ ଯେପରିକି ଟ୍ରାନ୍ସିଏଣ୍ଟ ଇଲାଷ୍ଟୋଗ୍ରାଫି, ଆପଣଙ୍କ ଯକୃତର ଏକ ବିଶେଷ ଧରଣର ଅଲ୍ଟ୍ରାସାଉଣ୍ଡ ଏବଂ ଲିଭର ବାୟୋପ୍ସି.3

ହେପାଟାଇଟିସ୍ ବି ପ୍ରତିରୋଧ କରାଯାଇପାରେ କି?

ହଁ, ହେପାଟାଇଟିସ୍ ବି ପ୍ରତିରୋଧ କରିବାର ସବୁଠାରୁ ଶ୍ରେଷ୍ଠ ଉପାୟ ଟିକା ଗ୍ରହଣ କରାଇନେବା. ହେପାଟାଇଟିସ୍ ବି ଟିକା ସାଧାରଣତଃ ୬ ମାସର ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ 3ଟି ଶଟ୍ ର ଏକ ସିରିଜ୍ ଆକାରରେ ଦିଆଯାଏ. ସମ୍ପୂର୍ଣ୍ଣ ସିରିଜଟି ଏକ ଦୀର୍ଘକାଳୀନ ସୁରକ୍ଷା ପାଇଁ ପ୍ରୟୋଜନ ହୁଏ.1

ନିଜକୁ ପରୀକ୍ଷା କରାଇ ନିଅନ୍ତୁ

ଦୟାକରି ମନେ ରଖନ୍ତୁ: ଆପଣଙ୍କ ଡାକ୍ତର ହିଁ ଆପଣଙ୍କୁ ଗାଇଡ କରିବା ପାଇଁ ଶ୍ରେଷ୍ଠ ବ୍ୟକ୍ତି. ଏହି ଶିକ୍ଷାଗତ ବ୍ରୋଚର ପ୍ରଦତ୍ତ ତଥ୍ୟ ଆପଣଙ୍କ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶର ବିକଳ୍ପସ୍ୱରୂପ ନୁହେଁ. ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ କୌଣସି ପ୍ରଶ୍ନ ରହିଥାଏ ତେବେ ସର୍ବଦା ଆପଣଙ୍କ ଡାକ୍ତର ବା ଜଣେ ଯୋଗ୍ୟତାସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ପଚାରନ୍ତୁ.

ଦାବି ପ୍ରତ୍ୟାଖ୍ୟାନ:

ଏଠାରେ ପ୍ରକାଶିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ଭାବରେ ସୂଚନାମୂଳକ ଏବଂ ହେପାଟାଇଟିସ୍ ସମ୍ବନ୍ଧରେ ଜ୍ଞାନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ । କୌଣସି ତୃତୀୟ-ପକ୍ଷର କୌଣସି ରେଫରେନ୍ସ ଏବଂ/ କିମ୍ୱା ଲିଙ୍କ୍ ମାଇଲାନ୍ (Mylan) ଦ୍ୱାରା ଅନୁମୋଦନ କିମ୍ୱା ୱାରେଣ୍ଟି ଗଠନ କରେ ନାହିଁ। ଏଠାରେ ଥିବା ସୂଚନା ସଠିକ୍ ଏବଂ ଅଦ୍ୟତିତ ବୋଲି ନିଶ୍ଚିତ କରିବାକୁ ସମସ୍ତ ପ୍ରୟାସ କରାଯାଇଥିବାବେଳେ, ମାଇଲାନ୍ (Mylan) କୌଣସି ପ୍ରତିନିଧିତ୍ୱ କରେ ନାହିଁ କିମ୍ବା ଏଠାରେ ବିସ୍ତୃତ ଭାବେ ରହିଥିବା ବିଷୟବସ୍ତୁ ମାଧ୍ୟମରେ ପ୍ରସାରିତ କୌଣସି ସୂଚନାର ସଠିକତା ପାଇଁ କୌଣସି ଦାୟିତ୍ୱ ଗ୍ରହଣ କରେ ନାହିଁ ଏବଂ କୌଣସି ତ୍ରୁଟି, ବାଦ୍ ଏବଂ ପରିଣାମ ପାଇଁ ଦାୟୀ ହେବ ନାହିଁ - ଆଇନଗତ କିମ୍ବା ଅନ୍ୟଥା, ଏଠାରେ ପ୍ରଦାନ କରାଯାଇଥିବା କୌଣସି ସୂଚନାର ବ୍ୟବହାରରୁ ଉତ୍ପନ୍ନ ହେଉଥିବା ଏବଂ ଏଥିରୁ ଉପୁଜିଥିବା କୌଣସି ଦାୟିତ୍ଵକୁ ସ୍ପଷ୍ଟ ଭାବରେ ଅସ୍ୱୀକାର କରେ ।

ଦୟାକରି ହେପାଟାଇଟିସ୍ ଉପରେ ଅଧିକ ଜାଣିବା ପାଇଁ ଆପଣଙ୍କ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଆପଣଙ୍କ ଡାକ୍ତର ଆପଣଙ୍କୁ ମାର୍ଗଦର୍ଶନ କରିବା ପାଇଁ ସର୍ବୋତ୍ତମ ବ୍ୟକ୍ତି ଅଟନ୍ତି । ଏଠାରେ ପ୍ରଦାନ କରାଯାଇଥିବା ସୂଚନା ଆପଣଙ୍କ ଡାକ୍ତରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ

References:

  1. 1. CDC Hepatitis B – General Informations. Available from https://www.cdc.gov/hepatitis/hbv/pdfs/HepBGeneralFactSheet.pdf. Accessed on 25th July 2018.
  2. 2. Pankaj Puri et al. Tackling the Hepatitis B Disease Burden in India. J Clin Exp Hepatol. 2014 Dec; 4(4):312–319.Published online 2014 Dec 15. doi: 10.1016/.j.jceh.2014.12.004.
  3. 3. U.S. Department of health and Human services. SAN FRANCISCO DEPARTMENT OF PUBLIC HEALTH.DISEASE PREVENTION & CONTROL. Available from https://www.sfcdcp.org/infectious-diseases-a-to-z/d-to-k/hepatitis-b/. Accessed on 25th July 2018.
  4. 4. POPULATION HEALTH DIVISION. SAN FRANCISCO DEPARTMENT OF PUBLIC HEALTH.DISEASE PREVENTION & CONTROL. Available from https://sfcdcp.org/infectious-diseases-a-to-z/d-to-k/hepatitis-b/. Accessed on 25th July 2018.
  5. 5. Web.stanford.edu. (2018). Hep B Patient Ed. [online] Available at: http://web.stanford.edu/group/virus/hepadna/2004tansilvis/Patient%20Ed.htm. [Accessed 16 Aug. 2018]